Monday, April 21, 2014

Anuchinta

ତୁମେ କହି ପାର, ଅର୍ଦ୍ଧାଧିକ ଦେଶବାସୀ ତୁମ ଗରିବ,
ତୁମେ କହି ପାର, ତୁମ ଦେଶ ରାଜନେତା କିଛି ଚୋର,
ତୁମେ କହି ବି ପାର, ତୁମେ ଲୁଣ୍ଠିତ !

କିନ୍ତୁ ଥରେ ନିଜକୁ ପଚାରି ଦେଖ,
ସତ୍ୟତାର ଆଇନାରେ ନିଜ ପ୍ରତିଛବି ଦେଖ,
ଜାଣି ପାରିବ ତୁମ ଦେଶର ତୁମେ କେତେ ସଚ୍ଚା ନାଗରିକ !

ଥରେ ଚେଷ୍ଟାକରି ଦେଖ,
ନିଜ ଆଙ୍ଗୁଳି କୁ ଆଉ କାହାକୁ ଦେଖେଇବା ଆଗରୁ
ଆଗାମି ନିର୍ବାଚନରେ ତା ବ୍ୟବହାର କର!

ତୁମ ଏ ଅଚିହ୍ନା ଦେଶ,
ତୁମରି ଆଲୋକରେ କେମିତି ଝଲସି ଉଠିବ

ତୁମ ଆଗାମୀ ପିଢି୍‌ ତା ମୁକ ସାଖି ରହିବ!

0 Comments:

Post a Comment

<< Home