ଉଚ୍ଚ ଅଭିଳାଷା
ପର୍ବତ ଆରୋହଣକାରୀ
ପରି
ସବୁ କିଛି ଛାଡି
ଇଛା ହୁଏ
ଚଢିବାକୁ ଉପରକୁ
ଉପରକୁ
ଅତିକ୍ରମ କରିବାକୁ
ଆକାଶର ସୀମାହିନ ଦୂରତା
ପହଞ୍ଚିବା ପାଇଁ
ଲକ୍ଷବଦ୍ଧ ଅଦେଖା ସେ ସୀମାନ୍ତରେ!
କଣ ମିଳେ ସେଠାରେ
କେତେ କାଳ ସଂଘର୍ଷ
କରି
ଯେ କିଛି ଜଣ
ପହଞ୍ଚନ୍ତି ସେଠି
ଜୀବନ ଯେଊଁଠି
ଶୂନ୍ୟ
ଚତୁର୍ପାଶ୍ୱ ଜୀବ
ହିନ ଟାଙ୍ଗରା ଭୂଇଁ
କେବଳ ହିମାଦ୍ରିର
ଶୀତଳ ସ୍ପର୍ଷ !!
ଜୀବନର ସବୁ କିଛି
ବାଜି ଲଗାଇ
ଉଚ୍ଚ ଅଭିଳାଷାର
କାମନା
କେତେ ଦୂର ଯୁକ୍ତି
ଯୁକ୍ତ !!!!
0 Comments:
Post a Comment
<< Home