ସ୍କୁଲ୍ ଜୀବନର ତ୍ରିକୋଣମିତି!
ଆଖିରେ ସପନ ଭରା
ଚାହାଣି
ଇଏତ ସ୍କୁଲ୍ ଜୀବନର ତ୍ରିକୋଣମିତି !!!
ସଦା ଲୋଡେ ମା’ ର ପଣତ କାନି
ପ୍ରେମିକାର ନୂଆଁ
ନୂଆଁ ପୀରତି
ସ୍କୁଲ୍ ଜୀବନର
ତ୍ରିକୋଣମିତି (୧)
ବାହାନା ମାରେ ଗଣିତ କସି
ଭାବୁଥାଏ କାହା କଥା ବସି
ଯୋଜନା କରେ ଯୋଜନର
ସଦା ପଡେ କିନ୍ତୁ ପାଣିରେ ଗାର (୨)
ଯେବେ ତା ସହ ସାମ୍ନା ହୁଏ
ବିଚରା ସରମେ ଝାଉଁଳି ଯାଏ
ପାଟିରୁ ବାହାରେନି କିଛି କଥା
ପାରେନି କହି ତା ହୃଦୟ ବ୍ୟଥା (୩)
ଘରେ ବଡ ଡର କକା
ଭାଇଙ୍କର
ସ୍କୁଲ୍ ରେ ବେତ
ହେଡ୍ ସାର୍ ଙ୍କର
ସିନେମା ଦେଖାରେ
ନାହିଁ ଡର
ଲୋଡୁଥାଏ ମେଳି
ସାଙ୍ଗ ସାଥିର (୪)
କ୍ରିକେଟ୍ ପଡିଆରେ
ଯାର ରାଜୁତି
ହୋସ୍ ଉଡେ ତା ଦେଖି
ଜ୍ୟାମିତି
ଘୋଷୁଥାଏ ବସି
ଅନର୍ଥନୀତି
ଭୋଗୋଳରେ ହୁଏ ଦିନ
ତା ରାତି (୫)
ନାହିଁ ତାପାଖେ
ଇତିହାସ ଖବର
ପଚାରେ ଆକବର୍ ବାପ
କାହାର
ଇଁଗ୍ରାଜୀ ଧରିଲେ
ଘୁରେତା ମତି
ସାହିତ୍ୟ ପାଠବି
ଭୁଲେ ସେ ନିତି (୬)
ପାଖେଇ ଆସେ ଯେବେ
ପରୀକ୍ଷା
ମନ୍ଦିରକୁ ଯାଇ
ନିଅଇ ଦୀକ୍ଷା
ନଡିଆ କଦଳୀ ଆଦି
କେତେ ସେ ଯାଚେ
ପାସ୍ ହେଲେ ଦେବ
ନିଜ ଖରଚେ (୭)
ଖରା ଛୁଟି ଆଣେ ତା
ବଡ ପଣ
ଗାଁ ଗଣ୍ଡା ବୁଲି
ଦେଖେ ପାର୍ବଣ
ଯେବେ ବାହାରେ
ପରୀକ୍ଷା ରିଜଲ୍ଟ
ଢିଲା ହେଇ ଯାଏ
ନଅଟ୍ ବୋଲ୍ଟ (୮)
ହେଜୁଥାଏ ବସି ତା
ଗଲା ଦିନ
ଭାଙ୍ଗିଲା ଯେବେ ତା
ଅଧା ସପନ
ଭୁଲେ ବୁଲାବୁଲି, ସାଙ୍ଗ, ସାଥି, ପିରତି
ଦେଖେଇବାକୁ ଏଥର ତା
କରାମତି (୯)
0 Comments:
Post a Comment
<< Home