ଫାଇଲିନ୍ ଓ ବୁଢ଼ିମା
ବୁଢ଼ିମା ଆଜି ବସିଛି
କାଲିପରି
ଚିନ୍ତାବିହୀନ ଦମ୍ଭ
ଚେହେରା ନେଇ
ଫାଇଲିନ୍ ମଣିଷର ବଡ଼ପଣ ଭାଙ୍ଗିଛି
ଧରଣୀ କ୍ଷତ ବିକ୍ଷତ, ବିଛ୍ଛିନ୍ନ
ଅକଳନୀୟ କ୍ଷତି, ଜୀବନ ବ୍ୟତିବ୍ୟସ୍ତ
ବୁଢ଼ିମା କିନ୍ତୁ
ଦମ୍ଭ
ସେ ଚାଟଶାଳି ବି
ଯାଇନି
ବିଜ୍ଞାନ ବା
କେମିତି ବୁଝିବ
ତା ପାଇଁ ଏହା ଦେବୀ
ଦେବତାର କୋପ
କାରଣ ମଣିଷ ତା‘ ମଣିଷପଣିଆ ଭୁଲିଛି
ଜୀବନର କେତେ ମୋଡ଼
ଡେଇଁ ଡେଇଁ
କଣ ସେ ନ ଦେଖିଛି
ଏତେ ବଡ ଭୟଙ୍କର
ବାତ୍ୟା
ତଥାପି ତା ଦମ୍ଭ
ଭାଙ୍ଗିନି
ପରିବାର ଯେବେ
ବ୍ୟସ୍ତ
“କିଛି ନାଇଁ” ର ପରିବେଶରେ
ସେ ସମାଜର
ମେରୁଦଣ୍ଡ ପରି ଠିଆ ହେଇଛି
ତା ସାମ୍ନାରେ
ଫାଇଲିନ୍ ହାର୍ ମାନିଛି
0 Comments:
Post a Comment
<< Home