ବନ୍ୟା ଆସିଛି
ଜୀବନ ଯେବେ
ମାଟିର ରଙ୍ଗରେ ରକ୍ତାକ୍ତ
ହୁଏ
ସବୁଜ କ୍ଷେତରେ ଯେବେ
ବାଦାମୀ ସମୁଦ୍ର ଳହଡ଼ି
ଖେଳେ
ଅଙ୍କା ବଙ୍କା ରାସ୍ତା
ଘର ବାଡ଼ି ବଗିଚା
ଛୋଟ ବଡ କେତେ ସଂସାର
ପାଣି ଘେରରେ ଅଦୃଶ୍ୟ
ହେଇଯାଏ
କେତେ ଅସଜଡା ଜିବନ
କେଉଁ ଏକ ଛାତ ଉପରେ
ରାତି ରାତି ଭୋକ ଉପାସ
ରେ କାଟେ
ସବୁଆଡେ ଖବର ଖେଳେ
ବନ୍ୟା ଆସିଛି
ଯେବେ ଚତୁର୍ଦ୍ଦିଗ
ବାଦାମି ମରୁଭୂମି ର ରୁପ ନିଏ
ଜୀବନ ଯେବେ
ମାଟିର ରଙ୍ଗରେ ରକ୍ତାକ୍ତ
ହୁଏ!
0 Comments:
Post a Comment
<< Home