କାଶ୍ମୀର
ପଳାଶ ବଣରେ ଅଗ୍ନିର ବହ୍ନି
ହେ ଭୁ ସ୍ବର୍ଗ କାଶ୍ମୀର
ଆଜି ପାରୁନି ମୁଁ ତୁମକୁ ଚିହ୍ନି
କେଉଁ ପିପାସ ର ଲୋଲୁପ ଆଖି
ନିରୀହ ଜନତା ରେ ଆସିଲା ଲାଖି
ମନୁଷ୍ୟ ନୁହେଁ ଦାନବ ସେ
ଆଧୁନିକ ସଭ୍ୟ ସମାଜ ନଥିବ ଦେଖି
କରିବନି ମଥାନତ
ଏକତ୍ରିତ ଭାରତ
ସୁଦୃଢ ଗଣତନ୍ତ୍ର
ଗଢେ ସେ ନିଜସ୍ଵ ଯନ୍ତ୍ର
ସସକ୍ତ ସୈନ୍ୟ ବାହିନୀ ତା ଅସ୍ତ୍ର
ଶାନ୍ତିର ଦୂତ ସେ ଧର୍ମ ତା ବସ୍ତ୍ର
ଆସୁ ଏବେ ଅଣଚାଶ
ମିଶିଥନ୍ତୁ କେତେବି ସେ ଦେଶ
କରିବନି ମଥାନତ
ଏକତ୍ରିତ ଭାରତ
ଧରି ଭିକ୍ଷାର ଥାଳି
ବୁଲେ ଏ ଦେଶ ମାଳି ମାଳି
କିଛି ଦେଶର ସହାୟତା ପଣେ
ନିଜକୁ ସେ ଅଜେୟ ମଣେ
ଆପଣାଇ ଅନ୍ୟାୟ ଓ ଅନିତି ମାର୍ଗ
ସ୍ବପ୍ନ ଦେଖ ହାତେଇବା ସ୍ବର୍ଗ
ଦମ୍ଭ ତା ନିଶ୍ଚେ ହେବ ଚୂର
ଏବେବି କମିନି ତା ଅହଙ୍କାର
ଲକ୍ଷ୍ୟ ଏବେ ସମୀପ
ଥମିବନି ସଂକଳ୍ପ
ଅଦମ୍ୟ ସେନାର ପ୍ରକୋପ
ଦାନବ ର ଭାଙ୍ଗିବ ଦର୍ପ
କରିବନି ମଥାନତ
ଏକତ୍ରିତ ଭାରତ
0 Comments:
Post a Comment
<< Home