Wednesday, May 07, 2025

ବେଳାଭୂମି

ସାନ୍ଧ୍ୟ ପବନର ଅଳସ ପରଶ 
ଅରୁଣିମା ଭରା ପଶ୍ଚିମ ଆକାଶ

ସୁନେଲି ଶାଢ଼ୀକି ପିନ୍ଧିଚି ଧରଣୀ
ଦିବସ ମାଗେ ଯେବେ ଅନ୍ତିମ ମେଲାଣି

ସାଗରର ନିରନ୍ତର ଅଶାନ୍ତ ଉର୍ମି
କଡ ଲେଉଟାଉଚି ଶାନ୍ତ ଏ ବେଳାଭୂମି 

0 Comments:

Post a Comment

<< Home