କଟି
ଆଜି କଥା ଦେଇଛି,
ତା ସହ କଥା ହେବିନି
ତାକୁ କୁଆଡେ ଆଉ ମୋ କଥା
ଭଲ ଲାଗେନି
ରୋକିବାକୁ ହେବ
ଲହଡି ଭଳି ଆସୁଥିବା
ସବୁ ଆଗ୍ରହ
ସବୁ ଉଦ୍ଦିପନା
ଆଜି ଫେରିବାକୁ ହେବ
ସବୁ ତା ଯନ୍ତ୍ର୍ରଣା
ଆଜି ବାନ୍ଧିବାକୁ ହେବ
ବନ୍ଧୁତାର ଝରଣା
କାମରେ ବି ମନ ଲାଗେନି -
ଏକ ମାନସିକ ଦୁର୍ଭିକ୍ଷ
ସବୁ ଯେମିତି ସ୍ଥାଣୁ
ସମୟ ର ଏକ କଟାକ୍ଷ
କିନ୍ତୁ ଏବେ ତ ପଢିଛି
ମେଘ ରାତି ପରେ ବି ସୁର୍ଯ୍ୟ ଉଏଁ
ହତାଶା ର ପାହଡ ରୁ ବି
ବନ୍ଧୁତାର ଝରଣା ବହେ
ଆଶା ଅଛି
ସେ ବି ପୁଣି ଫେରିବ
ଏକ ମୁରୁକି ହସାରେ
ତା କଟି ବି ଭାଙ୍ଗିବ !!!
0 Comments:
Post a Comment
<< Home