Tuesday, April 15, 2025

କୂତ୍ରିମ ବିଦ୍ୟା

ବୁଢ଼ୀ ମା ଗପର କୁହୁକ ପେଢ଼ି

ଖୁଲାଜା ସିମ୍ ସିମ, ଯାଦୁ ର ଝଡି


କୂତ୍ରିମ ବିଦ୍ୟା କି ଯାନ୍ତିକ ଶିକ୍ଷା

ଭୌତିକ ପ୍ରକୃତିର ଏ ସବୁ ଶାଖା 


ଏହାରି ପଛରେ ଅଛି ଗଣିତ

ଶକ୍ତିଶାଳୀ ଏ ଭାରି ଅଧିକ


ଡରିଲେନି ଏବେ ସବୁ ଚାକିରିଆ 

ତାଙ୍କରି ଜାଗା ନେବକି ଏ କୂତ୍ରିମ ବିଦ୍ୟା


ଇତିହାସ ସାକ୍ଷୀ ଏହାର ଅଛି

କ୍ରମ ବିବର୍ତ୍ତନ ଲାଗି ରହିଛି 


ବଢାଅ ନିଜର ଜ୍ଞାନ କୌଶଳ

ଚାଲ ସମୟ ସହ ଦେଇ ତାଳ


ଯନ୍ତ୍ର ହେଉ ମାନବ ସାଥୀ

ପ୍ରଗତି ରଥ ର ଦକ୍ଷ ସାରଥୀ


Saturday, April 05, 2025

ଘର

ଘର
ଜମା ପୁଞ୍ଜି କେତେକ ଜୀବନର
କେତେ ସ୍ଵପ୍ନର ସମାହାର

ଘର
ନୁହେଁ ଏହା ଚାରି କାନ୍ଥ 
ସ୍ତମ୍ବ ଛାତ ପାଚିରି ପାହାଚ
ଗୋଡ଼ି ଇଟା ସିମେଣ୍ଟ ପଥର 
ନୁହେଁ ଏହା କାରୁକାର୍ଯ୍ୟ କିମ୍ବା ଇଣ୍ଟରିଆର


ଘର,
ଯେଉଁଠି ଥାଏ ସ୍ନେହ, ଶ୍ରଦ୍ଧା, ଅନୁଶାସନ
ଆଦର, ପ୍ରତିବନ୍ଦ, ପ୍ରେମ, ଅନୁବନ୍ଧନ

ଘର,
ଜମା ପୁଞ୍ଜି କେତେକ ଜୀବନର
କେତେ ସପ୍ନ ର ସମାହାର