Monday, April 04, 2022

ପୁରୀ

 



ବଡ଼ ଦାଣ୍ଡ 

ବେଲା ଭୂମି

ସ୍ଵର୍ଗ ଦ୍ଵାର


ସ୍ଵର୍ଗ 

ନର୍କ

ଜୀବନ ସଂସାର


ଏଠି ଉତ୍ସବ

ଏଠି ଉନ୍ମାଦନା

ଏଠି ମୋକ୍ଷ 

ଏଠି ଉପାସନା 


ପାପ ପୁଣ୍ୟ ର ସମାହାର 

ଇଏ ତ ଜୀବନ ସାଗର 

Saturday, April 02, 2022

ଉତ୍କଳ ଦିବସ

 



ଗୌରବମୟ ଇତିହାସ

ଐତିହ୍ୟ ଭରା ପରମ୍ପରା 

ସାଧାରଣ ଜୀବନ ଶୈଳୀ

ଓଡ଼ିଆ ସଂକ୍ସୃତି ନିଆରା !



ପଖାଳ ଶାଗ ଭଜା 

ମାଛ ବେସର ର ସ୍ଵାଦ

ସଭିଏ ବଞ୍ଚନ୍ତି ଶାନ୍ତିରେ 

ନାହିଁ ଏଠି ଭେଦ ଭାବ 


ଓଡ଼ିଆ ଏବେ ସର୍ବତ୍ର

 ବିଶ୍ଵ ସ୍ତରୀୟ ଉପସ୍ଥାପନା 

ବଞ୍ଚି ରହୁ ଭାଷା ବଞ୍ଚି ରହୁ ଜାତି

ବୃଦ୍ଧି ହେଉ ଉତ୍କଳୀୟ ଭାବନା!!!